Muhamuhin kisora chandramankara mora
ମୁହାମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର
Text
Ghoṣā
ମୁହାମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର ଆଜ ଯମୁନା ତୀରେ ହୋଇଗଲା ମା
1
ବେଳା ଶିଳାରେ ବସି ହେଳାରେ ତନୁ ଘଷି ହେଉଥିଲି ବୟସୀ ଠାରି ଦେଲା ମା
2
ଉଠୁ ମୁଁ ଝଟ କରି ଆଳୀ ଆପଟ କରି ପ୍ରତି ପ୍ରତୀକ ଯାକ ଥରିଗଲା ମା
3
ଫିଟି ଚରମେ କେଶ ଲୋଟୁଥିଲା ଗୋ ବାସ ଥିବାଠାରେ ଯତନେ ନ ଥିଲା ମା
4
ଆଉରି ରହ ବୋଲି ସେ କାଳେ ଭୂରୁବଲ୍ଲୀ ଚାଲି ଚାହୁଁ ମୋ ଜ୍ଞାନ ହଜିଗଲା ମା
5
ପଥରକୁ ଆସୁ ସେ ପଥ ମୋତେ ନ ଦିଶେ ପାଥରେ ବୁଡ଼ ଆଳୀ କହିଦେଲା ମା
6
ବୁଡ଼ିଗଲି ଲାଜରେ କାଳିନ୍ଦୀ ନୀରେ ନୀରେ ଗୋପାଳକୃଷ୍ଣ ବାଟ କଢ଼ାଇଲା ମା