Syama aparadhini mun sangini
ଶ୍ୟାମ ଅପରାଧିନୀ ମୁଁ ସଙ୍ଗିନୀ
Text
Ghoṣā
ଶ୍ୟାମ ଅପରାଧିନୀ ମୁଁ ସଙ୍ଗିନୀ
1
ଚନ୍ଦ୍ରାବଳୀକି ଅଣାନ୍ତୁ ସେ ଡାକି ସେ ସିନା ହୃଦର ବିଳାସିନୀ ଗୋ
2
ଗଲେ ଯିବ ଯେଣେ ନ ଛାଡ଼ିବ କ୍ଷଣେ ଗହଣେ ଥିବ ଦିନ ରଜନୀ
3
ମୋର ତହୁଁ ବଳି ଅଛନ୍ତି ଗୁଆଳୀ ଯିବେ ତ କଲେ ମୁରଲୀ ଧ୍ୱନି
4
ମଥା ମୋର ବ୍ୟଥା କହି ନୁହେ କଥା ତୋ କୁନ୍ଦମାଳା ତୁ ନିଅ ଘେନି
5
କହଇ ଗୋପାଳକୃଷ୍ଣ ସହୀ ଚଳ ପ୍ରୀତିର ଫଳ ତ ମିଳିଲାନି