Dhrutiki dhariba re sajani ki kari
ଧୃତିକି ଧରିବ ରେ ସଜନୀ କି କରି
Text
Ghoṣā
ଧୃତିକି ଧରିବ ରେ ସଜନୀ କି କରି ନିତିକି ନିତି ହେଲେ ଏପରି
1
ପ୍ରେମ ବିଭିନ୍ନରୁ ଯେତେ ଯାତନା ରେ ବୈରୀବତତ ନ ଘେନନ୍ତି ହରି
2
ପ୍ରୀତି ନ ଜାଣିଲା ସ୍ଥିତି ଏ ଲାଗରେ ସ୍ୱୈରିଣୀ ବୋଲନ୍ତି ଏ ବ୍ରଜ ନାରୀ
3
ମାରିଛି ଦୁର୍ବଳ ନାହିଁ ବିବେକ ରେ ଶୌରିସୁତରେ କି ଦୋଷ ମୁଁ ନାରୀ
4
ଆନ ନ ଘେନନ୍ତି ଏ ଦୁଃଖ ନ ଜାଣୁ ଗୌରୀ କାଳୁ ସଙ୍ଗତ ସହଚରୀ
5
ଗୋପାଳକୃଷ୍ଣ କହଇ ଶ୍ରୀମତୀ ଗୋ ଗୌରୀ ତୀର୍ଥକୁ ଗମିଲେ ମୁରାରି