Syama ja ja juhara to piratiki
ଶ୍ୟାମ ଯା ଯା ଜୁହାର ତୋ ପୀରତିକି
Text
Ghoṣā
ଶ୍ୟାମ ଯା ଯା ଜୁହାର ତୋ ପୀରତିକି
1
ତୋର କଥାକୁ କୁଳଜା ପରତେ କରିଥିବ ଯା ହୃଦୟରେ ମାରି ନ ଘେନି କାତିକି
2
ବରଜର ଗାରଡ଼ିଆ ଦେଖାଇ ଏ ଭୂରୁ ଡିଆଁ ମନମଥ ଭୂତ ଲଗାଉ ସତୀକି
3
ମୁଁ ବୁଦ୍ଧି ହୁଡ଼ିଲିନି ତ ହୋଇଲା କାଳେ ବାଳୁତ ମାରି ପକାଇ ଥିଲା କେ ଯୁବତୀକି
4
ଗୋବର୍ଦ୍ଧନ ମଲ୍ଲ ଘରୁ ଲୁଚି ଅଇଲା ବେଳରୁ ଚାହୁଁ ନ ଥିଲି ମୁଁ କି ସେ ପଦ୍ଧତିକି
5
ଗୋପାଳକୃଷ୍ଣ କହଇ ବୋଲନ୍ତି ସେ ମୁଁ ନୁହଇ ଛୁଅଁ ବୋଇଲେ ଛୁଇଁବି ଧରତୀକି