Gīta

Mote lagana re braja bidhu lata

ମୋତେ ଲଗାନା ରେ ବ୍ରଜବିଧୁ ଲଟ

Text

Ghoṣā

ମୋତେ ଲଗାନା ରେ ବ୍ରଜବିଧୁ ଲଟ ତୃଣରୁ ତୁଚ୍ଛ ଜଟିଳା କରିବ ନିପଟ

1

ଥରେ ହେଲେ ସ୍ୱଚ୍ଛ କରି ବିଲୋକି ନାହିଁ ମୁଁ ଡରି କଳା କି ଗୋରା ସେ ନବ ଶିଖଣ୍ଡ ମୁକୁଟ

2

ଅତି ମନ୍ଦ ମୋ ନଣନ୍ଦ ଜିଣିଲା କ୍ଷଣି ଅଳିନ୍ଦ ସକ୍ରୋଧ ହୋଇ ବଦନ କରୁଛି ବିକଟ

3

କାଲି ଗୋଷ୍ଠ ପ୍ରାଙ୍ଗଣରେ ବୃଦ୍ଧ ଆଭୀର ସଭାର ଚନ୍ଦ୍ରାବଳୀର ଚରିତ ବସିଥିଲା ହାଟ

4

ଚାଲୁ ପାଦ କଣ୍ଟି କଣ୍ଟି ପଡ଼ୁଛି ନାନା ଅରଷ୍ଟି ତୁଚ୍ଛାକୁ ଲୋକ ତରକି ବାନ୍ଧୁଛନ୍ତି ବାଟ

5

କୃଷ୍ଣ ଲାଗି ମାଳା ଦେଇ ଗୋପାଳକୃଷ୍ଣ କହଇ ଆନ ଦେଇଛନ୍ତି କିଳି ନ ଥାଅ କବାଟ

Sources

Cite this record


Last updated 2026-11-01. Record as JSON