Sri goura chandra pada
ଶ୍ରୀ ଗୌରଚନ୍ଦ୍ର ପଦ ବନ୍ଦରେ ମାନସ
Text
Ghoṣā
ଶ୍ରୀ ଗୌରଚନ୍ଦ୍ର ପଦ ବନ୍ଦରେ ମାନସ ଏ ଏକା ଶ୍ରୀ ରାଧା ଗୋବିନ୍ଦ ରେ
1
ବ୍ରଜବିଧୁ ଶ୍ରୀମତୀ ହୋଇ ଗୋଟିଏ ମୂର୍ତ୍ତି ଜନ୍ମିଛନ୍ତି ଶ୍ରୀ ଶଚୀ ଉଦରେ
2
ସ୍ୱ ସ୍ୱ କଳ୍ପନା ବିଧି ଦୟା ସଦ୍ଗୁଣ ନିଧି ସଦା ବେଷ୍ଟିତ ଭକ୍ତବୃନ୍ଦ ରେ
3
ମହା ଭାବ ଉଜ୍ଜ୍ୱଳ ରସ ପୀତି ଶ୍ୟାମଳ ପର ତତ୍ତ୍ୱ ହେଲାର ଦ୍ୱନ୍ଦ୍ୱ ରେ
4
ଜଗ ନେତ୍ର ସମ୍ପତ୍ତି ବଦାନ୍ୟ ଚକ୍ରବର୍ତ୍ତୀ ଯା ନାମାମୃତ ସର୍ବସ୍ୟନ୍ଦ ରେ
5
ଏ କୃପା ପାରାବାର ପ୍ରତ୍ୟକ୍ଷ ହୋଇବାର ଦେଖିଛନ୍ତି ଶ୍ରୀ ରାମାନନ୍ଦ ରେ
6
ଗୋପାଳକୃଷ୍ଣ ଭଣେ ଶ୍ରୀନାମ ଅନୁକ୍ଷଣେ କୀର୍ତ୍ତନ କରୁଥା ଆନନ୍ଦରେ