Gīta

Pathara hela he prabhu pathara teka

ପଥର ହେଲ ହେ ପ୍ରଭୁ ପଥର ଟେକା

Text

Ghoṣā

ପଥର ହେଲ ହେ ପ୍ରଭୁ ପଥର ଟେକା ପଥର ନୀଳଚକ୍ରରେ ଉଡ଼େ ପତାକା

1

ପଥର ହୋଇ ଅହଲ୍ୟା ପତି ଶାପେ ପଡ଼ିଥିଲା ପଥରେ ପୟର ଦେଇ କଲ ନାୟିକା

2

ପଥରେ ଭେଟିଲା ହନୁ ଦୂତ ହେଲା ସେହି ଦିନୁ ପଥର ବାନ୍ଧିଣ ସିନ୍ଧୁ ଲାଙ୍ଘିଲ ଲଙ୍କା

3

ପଥରେ ଭେଟି ସୁଗ୍ରୀବ ଆଚରିଲା ମିତ୍ର ଭାବ ପଥରେ ପଥର ଫିଙ୍ଗି ଭାଙ୍ଗିଲ ଲଙ୍କା

4

ପଥରେ ଗଢ଼ା ଶରୀର ତୁମ୍ଭର ହେ ଚକ୍ରଧର ଏ ଗରିବ ଡାକ କର୍ଣ୍ଣେ ନ ଶୁଣ କିମ୍ପା

Sources

Cite this record


Last updated 2026-11-01. Record as JSON