Gīta

Ki heba sua posile

କି ହେବ ଶୁଆ ପୋଷିଲେ

Text

Ghoṣā

କି ହେବ ଶୁଆ ପୋଷିଲେ ହରି ନାମ ନ ଘୋଷିଲେ କୃଷ୍ଣ ନାମ ନ ଘୋଷିଲେ

1

ଦେଉଳକୁ ଶୋଭା ଦିଶେ ଧ୍ୱଜା ବାନ୍ଧିଲେ ଧ୍ୱଜା ବାନ୍ଧିଲେ କି ହେବ ଦେଉଳେ ଦିଅଁ ନ ଥିଲେ

2

ବୃକ୍ଷକୁ ଯେ ଶୋଭା ଦିଶେ ଫଳ ଫଳିଲେ ଫଳ ଫଳିଲେ କି ହେବ ଜନ ମୁଖେ ନ ପଡ଼ିଲେ

3

ପିଣ୍ଡକୁ କାରଣ ଅଟେ ମାଳା ଜପିଲେ ମାଳା ଜପିଲେ କି ହେବ ପରମାତ୍ମା ନ ଚିହ୍ନିଲେ

4

ଘରକୁ ସୁନ୍ଦର ଦିଶେ ବାଳକ ଥିଲେ ବାଳକ ଥିଲେ କି ହେବ ବିଦ୍ୟା ଶିକ୍ଷା ନ କରିଲେ

5

ପୁଷ୍କରଣୀ ଶୋଭା ଦିଶେ ପଦ୍ମ ଫୁଟିଲେ ପଦ୍ମ ଫୁଟିଲେ କି ହେବ ଭ୍ରମର ତା ନ ଚୁମ୍ବିଲେ

6

ଗୀତେ କହେ ବନମାଳୀ ପଦ ବସିଲେ ପଦ ବସିଲେ କି ହେବ ଗୁରୁ ସେବା ନ କରିଲେ

Sources

Cite this record


Last updated 2026-11-01. Record as JSON