Rakha bajana rakha pakhauja
ରଖ ବାଜଣା ରଖ ପଖଉଜ
Text
Ghoṣā
ରଖ ବାଜଣା ରଖ ପଖଉଜ ବାଣୀ ମଖମଲ ବାଣୀ ବାଜେଣା
1
ଭଲ ଏ ନଉବତ କୁଞ୍ଜ ହୋଇଛି ମିତ ନିଦ୍ରାଳୁ ହେଲେଣି ପାଟଣା
2
ନିକଟେ ରଟିବାର ପ୍ରକଟି ବାରମ୍ବାର ଘଟା କି କରୁ ନାହିଁ ଜଣା
3
ରଜନୀ ହେଲା ଅର୍ଦ୍ଧ ଆହୁରି ଏ କି ସଧ ବେତ୍ର ହାତେ ଛାମୁରେ ଜଣା
4
ଧରି ଯୋଡ଼ ମସାଲ ବିଜେ କରାଇ ଚାଲ ମୁଣୋହିଁ ମନ୍ଦିର ଅଙ୍ଗଣା
5
ଶୁଣି କିଶୋରୀଚନ୍ଦ୍ର ପାଇଁ ଅତି ଆନନ୍ଦ ଉଭା ହେଲେ ପହଣ୍ଡ ମଣା