Gīta

Kahinki re mane nahin ki re

କାହିଁକି ରେ ମନେ ନାହିଁ କିରେ

Text

Ghoṣā

କାହିଁକି ରେ ମନେ ନାହିଁ କିରେ

1

ଜାଣି କରୁଣା ତୋର ହେଲି ବିନୟଭର ପେଷିଲି ଶିଶୁଚାର ନ ଲେଖିଲୁ ଉତ୍ତର

2

ହୁଡ଼ିଗଲୁ ଛପଟ କ୍ଷମା କର ନିପଟ ଯେ ହେବ ଲାଗି ପଟ ତାରେ ଏଡ଼େ କପଟ

3

ମୋ ଗୁଣ ଚିହ୍ନାଇଲୁ ସଖୀଙ୍କି ଘେନାଇଲୁ ସବୁ ତ ବନାଇଲୁ ହସି ନ ଅନାଇଲୁ

4

ଏବେ ମୋ ଅଙ୍କେ ରାଜହଂସ ଗତି ବିରାଜ ସ୍ୱଜନେ ଗଣି ଆଜ ତେଜ ଏଠାରେ ଲାଜ

5

ଜାଣି ମୋ ବିସମକୁ ମୋ ନଖ ବିକ୍ରମକୁ କାମଖଣ୍ଡା ଝଟକୁ ଥିଲା ପରି ଚମକୁ

6

ସୁଖ ମନୋରଥରେ ଗଲି ପ୍ରେମ ପଥରେ ଅଷ୍ଟଦୁର୍ଗ ନାଥରେ ଦୃଷ୍ଟି ନ ଦେଲୁ ଥରେ

Sources

Cite this record


Last updated 2026-11-01. Record as JSON