Kehi sariki prabhu pane niladri kesariki
କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି
Text
Ghoṣā
କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି ଯାଠାରେ ପୂରିଛି ଦୁଃଖୀ ଜନ ଦୟା ନଖଠାରୁ ଶିଖା ସରିକି
1
କି କହିବା ଆଉ ତାଙ୍କ ଶ୍ରୀଚରଣ ଅନୁସରଣ ଚାତୁରୀକି ବଜାଉଛନ୍ତି ବିଭୀଷଣ ଆଗରେ ଜଗତ ବିଜୟ ତୂରୀକି
2
ସାନକୁ ବଡ଼ କରିବାରେ ଉଡ଼ାଉ ଅଛନ୍ତି ଧ୍ୱଜ ମଞ୍ଜରୀକି ଦେଖ ନାଗ ନର ଗନ୍ଧର୍ବ କିନ୍ନର ଉପରେ ଧ୍ରୁବ ନଗରୀକି
3
କି କହିବି ତାଙ୍କ ପୀରତି କରିବା କୀରତି ଚନ୍ଦ୍ର ମାଧୁରୀକି ରଙ୍କ ବିପ୍ର ପାଦ ଧୁଆଇ ଯା ଦେଲେ ରମା କରେ ରତ୍ନଝରୀକି
4
କ୍ଷମାସାଗର ହେ ତାହାଙ୍କୁ ଭଜିଲେ କାଳ କିଙ୍କରକୁ ଡରିକି ବୋଲେ କବିସୂର୍ଯ୍ୟ ଆନ ଉପାୟକୁ ପେଲି ଦିଅ ଗିରିଦରୀକି