Syamaku juhara tara premaku juhara
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର
Text
Ghoṣā
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର ମା ସେ କରୁ ଗୋ ସେ ପୀରତି ଯା ଦେହ ଲୁହାର ମା
1
ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ ନାଗରା ବାଜୁଛି ବ୍ରଜଯାକରେ ଯାହାର ମା
2
ମଥୁରାକୁ ଦଧି ବିକି ପଥେ ଗଲା ଗୁଆଳୀକି ଶେଯେ ଶୁଆଉଛି ସେ ଗୋବର୍ଦ୍ଧନ ଗୁହାର ମା
3
ପଡ଼ିଲେ କା ଆଗରେ ବୁଡ଼ିବି ଦୁଃଖ ସାଗରେ ପ୍ରାଣ ଧରି ଚାହିଁବି ମୁଁ ମୁଖକୁ କାହାର ମା
4
କଳିନ୍ଦଜା କୂଳରେ ଚାହିଁଲି ନୀପ ମୂଳରେ ପଳାଇ ଆସିଲି ଠାରି ଜାଗୁଥିଲେ ଦ୍ୱାର ମା
5
ଗୋପାଳକୃଷ୍ଣ ଭାଷେ ସ୍ୱାମିନୀ ତୁମ୍ଭ ପାଇଁ ସେ ବ୍ରଜବିଧୁ ହୋଇଛନ୍ତି ସୁରଭି ମାହାର ମା