Gīta

Madanmohana manmohini re e ki nutana riti

ମଦନ୍ମୋହନ ମନ୍ମୋହିନୀ ରେ ଏ କି ନୂତନ ରୀତି । ଘୋଷା ।

Text

Ghoṣā

ମଦନ୍ମୋହନ ମନ୍ମୋହିନୀ ରେ ଏ କି ନୂତନ ରୀତି

1

ସାରି ଦେଶ ଅଭିସାର କଲା ବେଳକୁ ଅସାର ବୁହାଇ ନେତ୍ର ଯୁଗଳରୁ ବସିଲୁ ଶ୍ରୀମୁଖ ପୋତି

2

ଏହି ପରି କରଭୋରୁ ଆସୁଛି ତ ମୁଁ ଛାମୁରୁ ଘେନ ଦେଇଛନ୍ତି ବଂଶୀକି କରିବାକୁ ତୁ ପ୍ରତୀତି

3

କାନନେ ପଶୁ ପକ୍ଷୀଙ୍କି ପ୍ରତି ବିଟପୀ ବଲ୍ଲୀକି ଜନକଜା ଭିନ୍ନ ଶ୍ରୀରାମ ପରି ପଚାରୁ ଅଛନ୍ତି

4

ଭାଷନ୍ତି ଶ୍ରୀମତୀ ଧୀରେ ଚିତ୍ରପଟ ଦର୍ପଣରେ ଶ୍ୟାମ ବାମେ ମୋ ଛାଇକି ମୁଁ ଚାହୁଁ ଭ୍ରମ ହେଲା ମତି

5

ଗୋପାଳକୃଷ୍ଣ ସରଣୀ ମଣାଇ ନେତ୍ର ତରଣୀ ତନୟା ତଟେ ଭେଟିଲେ ସେ ପ୍ରିୟକୁ ଅଧପଦ୍ଧତି

Sources

Cite this record


Last updated 2026-11-01. Record as JSON