Kari juhara maguchi mu bansi tote
କରି ଜୁହାର ମାଗୁଛି ମୁଁ ବଂଶୀ ତୋତେ
Text
Ghoṣā
କରି ଜୁହାର ମାଗୁଛି ମୁଁ ବଂଶୀ ତୋତେ ହରି କର୍ଣ୍ଣେ କହ ମୋ ଦଶା ତୁରିତେ
1
କୃଷ୍ଣ ମୁଖାରବିନ୍ଦ ସମୀର ମକରନ୍ଦ ରସିକା ତୁ ଅନୁଗ୍ରହ କର ମୋତେ
2
ଅଧରାରୁଣ ମଣି ସଜନର ଗୃହିଣୀ ପଦାବ୍ଜର ଦୂର ଦୁଃଖ ଜଣା ଯେତେ
3
ତ୍ରୈଲୋକ୍ୟ ନିରୁପମ ବ୍ରଜ ବନିତା ପ୍ରେମ ଚିନ୍ତିଲେ ଶ୍ରୀ ପ୍ରତାପରୁଦ୍ର ସନ୍ତତେ