Gīta

Deli sahi kulaku teki jalanjali

ଦେଲି ସହୀ କୁଳକୁ ଟେକି ଜଳାଞ୍ଜଳି

Text

Ghoṣā

ଦେଲି ସହୀ କୁଳକୁ ଟେକି ଜଳାଞ୍ଜଳି କଲି ଶ୍ୟାମ ପ୍ରୀତିକି ଜୀବନ ସଙ୍ଖାଳି

1

କରିଥିଲି ମୁଁ ଯେତେକ ବାର ବ୍ରତାବଳୀ ହେଲାନି ତା ଯାକ ପାଦ ତଳେ ନିଉଛାଳି

2

କୋଟି ଜନ୍ମାନ୍ତର ପୁଣ୍ୟ ଫଳ ଗଲା ମିଳି ମୁଁ ଯୋଗିନୀ ଜାଣ ଆଳୀ ସେ ମୋହର ଥାଳି

3

ମୋ ହୃଦର ନବ ମୃଗମଦ ପତ୍ରାବଳୀ ମତ୍ତ ମଧୁକର ସେ ମୁଁ କାନନ ନିଆଳୀ

4

ସୁଗୁଣ ସୁନ୍ଦରପଣ ଯାକ ଭାଳି ଭାଳି ନାମ ଜପୁଥିବି ଏକା ଧରି ଜପାମାଳି

5

ଅଖିଳ ସୌଭାଗ୍ୟବତୀ ମଉଳିର ମାଳି ତୁନି ହୁଅ ବୋଲନ୍ତି ଶ୍ରୀ ଲଳିତା ଏ ପାଳି

6

ଶୁଭୁଛି କାନନୁ ବାହୁଡ଼ା ବଂଶୀ କାକଳୀ ବୋଲେ ଗୋପାଳକୃଷ୍ଣ ଚାମର ଢାଳି ଢାଳି

Sources

Cite this record


Last updated 2026-11-01. Record as JSON