Mahabhaba rupa bhaba re manasa
ମହାଭାବ ରୂପ ଭାବରେ ମାନସ
Text
Ghoṣā
ମହାଭାବ ରୂପ ଭାବରେ ମାନସ ଯାହା ସଙ୍ଗେ ଶୁଚି ରସ ରହିଛନ୍ତି ସଦା ବହି ଅବୟବରେ
1
ସନକ ସନନ୍ଦନ ସନତ୍କୁମାର ସନ ବସି ରହସ୍ୟରେ ବ୍ରହ୍ମାନନ୍ଦ ସୁଖ ବରଜି ମଜ୍ଜିଲେ ଯା ଲୀଳା ରସ କଥାରେ
2
ଯା ସୁଷମା ଗଣ ଗୁଣି ଗୁଣି ଗୀତ କରି ଗାଉ ନାରଦ ବୀଣାରେ କଳେବର ପୁଷ୍ଟ ହୋଇ ଉପବୀତ ଛିନ୍ନ ହେଉଅଛି ଶ୍ରଦ୍ଧାରେ
3
ବ୍ରଜ ଜନଙ୍କର କୋଟିଏ ଜନ୍ମର ପୁଣ୍ୟ ବିଟପିର ଫଳ ନିକୁଞ୍ଜ ଶେଯରେ ବିଜେ କରିବାର ବେଢ଼ାରେ ଆଳୀ ମଣ୍ଡଳ
4
ସ୍ୱାମିନୀ ଶରଣ ହେଲି ମୁଁ ବୋଲି ଯେ ବୋଲୁଛି ଥରେ ଜୁହାରି ବ୍ରଜେନ୍ଦ୍ର ଲାକ୍ଷା ଲେଖିବା ପଦେ ସଦା ହୋଇ ରହୁଛି କିଙ୍କରୀ
5
ଗୋଷ୍ଠେନ୍ଦ୍ର ନନ୍ଦନ ସେବା ସୌଭାଗ୍ୟ ତୋ ଲଭିବାକୁ ଯଦି ଆଶା ଗୋପାଳକୃଷ୍ଣ କହଇ ଶ୍ରୀ ରାଧିକା ପଦେ ରହି ଅହନିଶା