Jaya radha krusna boli jaya
ଜୟ ରାଧା କୃଷ୍ଣ ବୋଲି ଜୟ
Text
Ghoṣā
ଜୟ ରାଧା କୃଷ୍ଣ ବୋଲି ଜୟ
1
ତୀର୍ଥ ବ୍ରତ ଭକ୍ତିକ୍ଷୋଦ ନ କରି ହେଲୁ ଉନ୍ମାଦ ନ କହି ଆଉ ପ୍ରମାଦ ଏଣିକି ହୋଇ ନିର୍ବେଦ
2
ନିଭୃତ ନିକୁଞ୍ଜ ଶେଯେ ବିଜେ କରିଛନ୍ତି ସେ ଯେ ପାଶରେ ଆଳୀ ସମାଜେ ମିଳିବୁ ଶ୍ରୀମୁହେ ପଦାମ୍ବୁଜେ
3
ଆହା ସେ କି ଚମତ୍କାର ପ୍ରହେଳୀ ପ୍ରସନ୍ନୋତ୍ତର କୁହାକୁହି ହୋଇବାର ହସି ହସି ଧୀର ଧୀର
4
ରାସାବସାନେ କିଶୋରୀ ପ୍ରିୟ ହୃଦେ ଅପସରି ଉଭା ହେବାର ମାଧୁରୀ ରୂପ ସୁମରି ସୁମରି
5
ବେନି ପାଖରେ ଚାମର ବ୍ୟଜନ ଧରି ସତ୍ୱର ଆଳୀ ପକାଉଥିବାର ଭାବି ଭାବି ନିରନ୍ତର
6
ମଧୁପାନେ ମତ୍ତ ହୋଇ ବର୍ଣ୍ଣଲୁପ୍ତ ଗୀତ ଗାଇ ଗଣ୍ଡ ପାଶେ ଗଣ୍ଡ ଦେଇ ରହିବା ଶ୍ରୀମୂର୍ତ୍ତି ଥାଇ
7
ଆସି ଆସି ମଥା ପୋଥି ଉଭା ହେବାର ଝଟତି ଲୁଚିବାର ଲଭି ଭୀତି ସେ ସୁଷମା ଚିନ୍ତି ଚିନ୍ତି
8
ଗୋପାଳକୃଷ୍ଣ ଭାଷିତ ଯାଅ ତୁ ମନ ସନ୍ତତ ହୁଅ ଶ୍ରୀ ଲଳିତାଶ୍ରିତ ପୂର୍ଣ୍ଣଚନ୍ଦ୍ର ଅଭିମତ