Kahinki syama murati go
କାହିଁକି ଶ୍ୟାମ ମୂରତି ଗୋ
Text
Ghoṣā
କାହିଁକି ଶ୍ୟାମ ମୂରତି ଗୋ ସଦା ଦିଶୁଛି ମୋତେ ଦିନ ରାତି ଗୋ
1
ପଛୁ ଆସିଲା ପରି ହୁଏ ମତି ଚାହିଁଲେ କେ ନ ଦିଶେ ଏ କି ରୀତି
2
ଆସି ଆଗେ ରହୁ ହେଟି ଜରତୀ ବୋଲୁ ମୋ ହୃଦେ ଲୁକୁଛି ଝଟତି
3
ଆଖି ବୁଜିଲେ କୁଞ୍ଜବନେ ନିତି ସ୍ୱପ୍ନେ ବୁଲାଉଛି ଏ କି ବିପତ୍ତି
4
ଘରୁ ଅଗଣାକୁ ଯିବାକୁ ଭୀତି ଲାଗିଲାନି ମୋତେ କହ କି ଗତି
5
କୃଷ୍ଣ କୃଷ୍ଣ ବୋଇଲାର ଭାରତୀ କାନରେ ପଡ଼ିଲେ ଥରୁଛି ଛାତି
6
ଗୋପାଳକୃଷ୍ଣ ବୋଲଇ ବିଚ୍ଛିତି ବଂଶରୁ ଏପରି ହେଉଛି ସ୍ଫୁର୍ତ୍ତି