Gīta

Ghanasyama prema bhabana

ଘନଶ୍ୟାମ ପ୍ରେମ ଭାବନା

Text

Ghoṣā

ଘନଶ୍ୟାମ ପ୍ରେମ ଭାବନା ବନଜାକ୍ଷି ଜାଣୁ ତୁ ସିନା ମାନ କଲା ପରି ମନ ଘେନିବାର ଆନ ଜାଣିବ କେହି ତୋ ବିନାରେ

1

ଡାକୁ ବନମାଳୀ ଲୁକୁଯାଇ ଆଳି ଆଳୀ ପଛରେ ତୁ ଲୋଳଲୋଚନା ରେ ମୁନି ପରି ତୁନି ହୋଇ ଚନ୍ଦ୍ରାନନୀ ଶାଢ଼ୀ ବାଡ଼ ନଖେ ଘଷୁ ସୁମନାରେ

2

ଦଣ୍ଡେ ନ ଦେଖିଲେ ଗଣ୍ଡେ କର ଦେଇ କେତେ ଲୁହ ପୋଛୁ ହୋଇ ବିମନା ରେ ଆସିଲେ ଛାମୁକୁ ନ ଚାହିଁ ମୁହଁକୁ ସହୀ ମୂଳେ କରାଉ ସମ୍ଭାବନା ରେ

3

ନୀରଦ ନିବହ ନିରେଖି ଯା ଦେହ ତୁଲ ରୁଚି ଭାବି ହରୁ ଚେତନା ରେ ନିକଟ ହେଲେ ସେ ନିକୁଞ୍ଜ ପ୍ରବେଶେ ଥରି ଥାଉ ତୁ କୁଙ୍କୁମ ବରନା ରେ

4

ଚନ୍ଦନ ଗୋଳାଇ ପ୍ରିୟ ଆଗେ ଯାଇ ରହୁ ଉଭା ହୋଇ କୁନ୍ଦରଦନା ରେ ଲାଜେ ଦରହାସୀ ଦନ୍ତବାସ ଦଂଶି ବୋଳୁ ତୋଳି ଭୁଜ ଘନଜଘନା ରେ

5

ନତି କଲେ ହରି ନାହିଁ କଲା ପରି ଏଣେ ଆଚରୁ ଧରଣୀ ମଣ୍ଡନା ରେ ଗୋପାଳକୃଷ୍ଣ ସେ ଶ୍ରୀମତୀଙ୍କୁ ଭାଷେ ତେଣେ ପୂରାଉ ପ୍ରାଣେଶ କାମନା ରେ

Sources

Cite this record


Last updated 2026-11-01. Record as JSON