Dekhaiba ki sate daiba
ଦେଖାଇବ କି ସତେ ଦଇବ
Text
ଦେଖାଇବ କି ସତେ ଦଇବ ରାଧାଗୋବିନ୍ଦ ମାଧୁରୀ
ବ୍ରଜେନ୍ଦ୍ର ପୁରରେ ରନ୍ଧନ କାଳରେ ରସବତୀରେ ଶ୍ରୀ ରାସେଶ୍ୱରୀ ସୁବେଶ ହୋଇ ରମଣ ଆହା ସେ ଚାରି ଈକ୍ଷଣ ଢଳାଢଳି ହୋଇବାର ଚାତୁରୀ ରେ ଚାତୁରୀ
କୁସୁମ ଅବଚୟନ କାଳରେ ଆସି ମୋହନ ରହିଲେ ଶ୍ରୀକିଶୋରୀ ଛାମୁରେ ଗଣ୍ଡଦେଶରେ ବସନ ସଲଜ୍ଜେ କରି ଆଚ୍ଛନ୍ନ ବଲ୍ଲୀ ଆଡ଼କୁ ଯିବାର ବାହାରି ରେ ବାହାରି
ପୁଷ୍ପେ ତୋଳି ବନମାଳୀ ଯାଚିଲେ କରି ଅଞ୍ଜଳୀ ନ ଅନାଇ ତୁନି ହୋଇ ରହି ଶାଢ଼ୀ ବାଡ଼ ନଖେ ଘଷୁ ଶ୍ୟାମ ନିକଟକୁ ଆସୁ ଛୁଅନା ବୋଲିବାର ସେ ଓହରି ରେ ଓହରି
ଉଦିତ ନାନା ବିକାର ଭୂଷାରେ ଶ୍ରୀକଳେବର ଭୂଷିତ ହୋଇ ପ୍ରଣୟ ଜ୍ୟୋତି ଜାଣୁନି ଲଳିତା ସହୀ ଛନ୍ତି ଦେବେଟି କହି ବୋଲିବାର ନଚାଇ ସେ ଭ୍ରୂବଲ୍ଲୀ ରେ ଭ୍ରୂବଲ୍ଲୀ
ମଧୁବ୍ରତ ବେଢ଼ୁ ପାଶେ ମୋହନ ରହି ପାରୁଶେ ବାସ ଶେଷେ ନିବାରୁ ଦେବାରୁ ଯାଉଛି ବୋଲି ବାହାରି ସି ହସି ଶ୍ରୀକିଶୋରୀ ଚାଳୁ ପଦ ଚେଳ ଅଙ୍କେ ସମ୍ଭରି ରେ ସମ୍ଭରି
କରି ଅରଣ୍ୟ ଭ୍ରମଣ ଜଗତ ବଇଲକ୍ଷଣ ସୁମନସ ସ୍ରଜର ସୁଷମା କି ଉପମା ରମା ଉମା କି ମଦନ କି ଚନ୍ଦ୍ରମା ନ ଥିବ ଯେ ପରଂବ୍ୟୋମ ସେପାରି ରେ ସେପାରି
ନାଗକେଶର କୁଞ୍ଜର ରତ୍ନ ବୋଳାର ବେହାର ସହୀ ସହି କରି ଆରୋହଣ ବୃନ୍ଦା ଧୀରେ ପହଞ୍ଚାଉ ଆହା ହୁଳହୁଳି ଦେଉ ଉଚ୍ଛଳନ୍ତା ଆନନ୍ଦାବ୍ଧି ମୋହରି ରେ ମୋହରି