Ali kesara kunjaru ailu ki
ଅଳି କେଶର କୁଞ୍ଜକୁ ଅଇଲୁ କି
Text
Ghoṣā
ଅଳି କେଶର କୁଞ୍ଜକୁ ଅଇଲୁ କି ଜୀବନ ବନ୍ଧୁଙ୍କୁ ମୋ ଦେଖିଲୁ କି
1
ହୋଇ କେତେ ବିନୟକୁ ଆସୁଛୁ ମୁଖ ପାଶକୁ ଶ୍ରୀ କିଶୋର ଚନ୍ଦ୍ରଙ୍କର କୁଶଳ କି
2
କର୍ଣ୍ଣୋତ୍ତଂସ ପୁଷ୍ପେ ବସ କହିଛନ୍ତି କି ସନ୍ଦେଶ ଭାଷ ଧୀରେ ତୋତେ ପଠିଆଇଲେ କି
3
ତୁ ଯାଉନା ପଦ୍ମଠାକୁ କଞ୍ଜ ତଳେ ତୋ ପାଶକୁ ଅନୁଭବି ତୁ ପଚାରିଲୁ ନାହିଁକି
4
ମଧୁବ୍ରତକୁ ପଚାରି ଆଣି ନୟନରୁ ବାରି ବୋଲନ୍ତି ମୁଁ ସତେ ମନେ ପଡ଼ୁଛି କି
5
ଆଳୀ ଭାଷନ୍ତି ବାଳୀଶ ହୋଇଲୁକି ଆସ ଆସ ପଚାରୁ ଯେ କୀଟ କଥା କହିବ କି
7
ମଧୁକର ଉଡ଼ିଗଲା ଗୋପାଳକୃଷ୍ଣ ଭଣିଲା ପ୍ରିୟ ଅଇଲେ ଚଳ ପୁଷ୍ପବାଟୀକି