Daya na karantu mun dasi sina
ଦୟା ନ କରନ୍ତୁ ମୁଁ ଦାସୀ ସିନା
Text
Ghoṣā
ଦୟା ନ କରନ୍ତୁ ମୁଁ ଦାସୀ ସିନା ରେ
1
ଦୁଃଖ ଦେଇ ଶ୍ୟାମକୁ ରାଧା ସୁଖୀ ହେବାକୁ ରୁଷିବ କଲୁ କି ଏ ଆଲୋଚନା ରେ
2
ଯେ ତାଙ୍କ ମନୋହାରୀ ତା ନଉକରୀ କରି ଦିନ ନେବି ପଛକେ ଗୁମାନ ନାରେ
3
ଯାହାରେ ହେଲେ ସଖୀସେ ହୋଇଥିଲେ ସୁଖୀ ମିଳିଲା ପରି କୋଟି ଲକ୍ଷ ସୁନା ରେ
4
ଯଶୋଦାଙ୍କ ପୁଣ୍ୟରେ ଚିରଞ୍ଜିବୀ ବ୍ରଜରେ ହୋଇ ସେ ସହୀ ରହିଥାନ୍ତି କିନା ରେ
5
ନିକଟରେ କି ଦୂରେ ନିତି ଶ୍ରୀମୁଖ ଥରେ ଦେଖୁଥିବି ଏତିକି ମୋ କାମନା ରେ
6
ଗୋପାଳକୃଷ୍ଣ କହି ହସି ଭାଷିଲେ ସହୀ କେ ତୋ ପଛରେ ରହିଛନ୍ତି ଅନା ରେ