Piyusa bhasi bhasi jauchi
ପୀୟୂଷ ଭାଷୀ ଭାସିଯାଉଛି
Text
Ghoṣā
ପୀୟୂଷ ଭାଷୀ ଭାସିଯାଉଛି ରଖରେ ଆସି
1
ମନମଥ ତଟିନୀରେ ପଡ଼ିଛି ଅଗାଧ ନୀରେ ରଖ କୀର୍ତ୍ତି ଅବନୀରେ ଉଦ୍ଧରି କୁମୁଦହାସୀ
2
ବନ୍ଧୁ ମୁଁ ଯାଚକ ପରି ମାଗୁଛି ବାସ ପ୍ରସାରି ତ୍ରାଣ କର ଶମ୍ବରାରି କୁନ୍ଦୀର ସୁଖ ସୁବେଶି
3
ସ୍ତନ ସ୍ୱର୍ଣ୍ଣ କୁମ୍ଭ ଭେଳା ଅବଲମ୍ବ ଦେଇ ବାଳା କୋଳ କୂଳକୁ ସୁଶୀଳା ଲଗାରେ ଦୁଃଖ ବିନାଶି
4
ଅଖିଳ ଅବନୀ ଠରି ସଖୀକି ଡାକିଲା ପରି ଅଗଣାକୁ ବିଜେ କର ଦେଖାରେ ଶ୍ରୀମୁଖ ଶଶୀ
5
ଗୋପାଳକୃଷ୍ଣ ନ ସରୁ କରୁଣା ଦୃଷ୍ଟି ପ୍ରସରୁ ଅନଙ୍ଗ କ୍ଳେଶ ନିଃସରୁ ପ୍ରଫୁଲ୍ଲ ପଙ୍କଜବାସୀ