Nahin karide re kahin pain aparodha
ନାହିଁ କରିଦେ ରେ କାହିଁପାଇଁ ଅପରୋଧ
Text
Ghoṣā
ନାହିଁ କରିଦେ ରେ କାହିଁପାଇଁ ଅପରୋଧ ବାହିନୀ ପରି ଲୁଚି ବହିଯାଉଛି ଆଉରି ପୀରତି ସଧ
1
କାଳଯାକ କେ ସେ ଗଞ୍ଜି ହେଉଥିବ ଏ ଅସଲଟ କଥାରେ ମୂଳଠାରୁ ଚୂଳ ଯାଏ ଲବ ସତ ନ ଥିବ ଯାହା ଦେହରେ
2
କେତେବେଳେ ଅବା କେଉଁଠାରେ କେ ସେ ଭ୍ରମିବାର ଥରେ ସିନା କୋଡ଼ିଏ ଥର ଦିନକୁ କହୁଥିଲେ ଘଡ଼ିଏ ହେଲେ ରଖନା
3
ଲୁଚାଇ ଅପରାଧଯାକ ସଖୀଙ୍କି ନ କହି ସହିଲୁ ଯାର ଡକା କରାଇଲା ବନକୁ ଡକାଇ କଲା ପରା ଉପକାର
4
ଅଳି ଗିରି ମଲ୍ଲୀଠାରୁ ନ ଯିବ କି ନଳିନୀ କୋଳରେ ଥିଲେ ଧୂଳି ବୋଳି ନ ହୋଇବ କି ବାରଣ ଶତ ବାର ଗାଧୋଇଲେ
5
ଏଣୀଈକ୍ଷଣୀ ହୃଦରେ ବିରହାଗ୍ନି ଘର କରି ସଦା ରହୁ ଏଣିକି ସେ ମାର ମହୋତ୍ସବ ସୁଖ ନୋହିଲେ ପଛକେ ନୋହୁ
6
ଏତେ ଦିନ ପରି ପୀରତିବତ୍ସଳା ମୁହଁ ଶୁଖାନା ତୁ ଆଉ ମଥାରେ ପଣନ୍ତ ପକାଇ ସେ ଶ୍ୟାମ ତାହା ପାନ୍ଥରେ ସେ ଯାଉ
7
କହଇ ଗୋପାଳକୃଷ୍ଣ ସୋପାନରେ ମୋହନ ଆସିଅଛନ୍ତି ବହନ ସଖୀ ବଦନେ ଦେଇ ବାସ ଶ୍ରୀରାଧା ତୁନି କରାନ୍ତି