Gīta

Anti galani koti gune to sneha

ଅଣ୍ଟି ଗଲାନି କୋଟି ଗୁଣେ ତୋ ସ୍ନେହ

Text

Ghoṣā

ଅଣ୍ଟି ଗଲାନି କୋଟି ଗୁଣେ ତୋ ସ୍ନେହ ସୁଖ ସରି ଆଉ ନା

1

କୂଟ କପଟୀ ନଟ ଆଭୀର ପଲ୍ଲୀ ବିଟ ବଟିଆଇ ମୋ ଆଗେ ଚାଟୁ କହନା

2

କାଲି ନିଶି ଜାଗରେ ନିକୁଞ୍ଜ ଅଗଣାରେ ଜଗାଇ ଦେଲୁ ତାକୁ କେତେ ଯାତନା

3

କୀର୍ତ୍ତିଦା ପତିକୁଳେ କୀର୍ତ୍ତିବଲ୍ଲୀ ଆକୁଳେ ଶ୍ରୁତିରେ ତୋ ଧରମ ହେବ ଶୁଣନା

5

ସୁଆଗକୁ ତୋହର ଜୁହାର ଲକ୍ଷେ ବାର ମୋହ ଲଗାଇ ହରି ଲୁହ ପୋଛାନା

6

ତୋ ଲାଗି ଯେତେ ବାଧା ସହିଥିଲା ସେ ରାଧା ଥରେ ହେଲେ ମନେ ନ କରୁ ଭାବନା

7

ଗୋପାଳକୃଷ୍ଣ କହି ଅଞ୍ଜଳି କରି ସହି ବୋଲେ ପୁଣି ଭ୍ରମାଇ ଲୋକ ହସାନା

Sources

Cite this record


Last updated 2026-11-01. Record as JSON