Parameswara sri krusna brajendra kumara he
ପରମେଶ୍ୱର ଶ୍ରୀ କୃଷ୍ଣ ବ୍ରଜେନ୍ଦ୍ର କୁମାର ହେ
Text
ପରମେଶ୍ୱର ଶ୍ରୀ କୃଷ୍ଣ ବ୍ରଜେନ୍ଦ୍ର କୁମାର ହେ ଯୁଗାନୁସାରରେ କରୁଛନ୍ତି ଅବତାର ହେ
ଶ୍ରୀ ବଳରାମ ଶ୍ରୀ ନାରାୟଣ ଯା ବିଳାସ ହେ ଶ୍ରୀ ନୃହରି ବାମନ ରଘୁବର କେ କେତେ କଳାରେ ହେଲେ ପ୍ରଚାର ଅଂଶ ଲେଶଟି ଆନ ଅବତାର ସର୍ବୋତ୍ତଂସ ଶ୍ରୀ ରାଧା ପ୍ରାଣ ଯାର
କୃତ ଯୁଗରେ କୋଟି ଦ୍ୟୁମଣି ଚନ୍ଦ୍ର ଦ୍ୟୁତି ହେ ଧରି ହେଲେ ଅଦ୍ୱିତୀୟ ନୃକେଶରୀ ମୂର୍ତ୍ତି ହେ ସୁପର୍ବଣଙ୍କ ଦୁଃଖ ନିର୍ବାପଣ କରିବାକୁ ହୋଇ ଅତି ଭୀଷଣ ପୁଣ୍ୟଜନ କୁଳ ଚକ୍ରବର୍ତ୍ତୀର ପ୍ରାଣ ନେଲେ ନଖେ ଚିରି ଶରୀର
ତ୍ରେତା ଯୁଗେ ଅଭିରାମ ରାମ ରୂପ ଧରି ହେ ଦଶରଥ ପୁଣ୍ୟପୁଞ୍ଜ ଅରଣ୍ୟେ ବିହରି ହେ ଧରାଭରା ଦଶ ଶିର ସଗୋତ୍ର ସହ ନାଶି କଲେ ଲୋକେ ପବିତ୍ର ସୁର ପୁରକୁ ସ୍ୱଦାସ ନିକର ସଙ୍ଗେ ନେଇ କଲେ ଦେବ ଶରୀର
ଦେବକୀ ସୁତ ରୂପରେ ହୋଇ ଆବିର୍ଭାବ ହେ ଦ୍ୱାପରେ ଗୋପ ପୁରରେ ପାଳି ଗୋବ ଗାବ ହେ ପୂର୍ଣ୍ଣ ପୂର୍ଣ୍ଣୋତ୍ତର ରୂପେ ପ୍ରକାଶ ହୋଇ ପିଷ୍ଟପ ଦୁଷ୍ଟ ନାଶ ମଥୁରା ଦ୍ୱାରାବତୀରେ ବିହାର ଦ୍ୱିସପ୍ତ ଲୋକେ ହୋଇଛି ପ୍ରଚାର
ପୂର୍ଣ୍ଣୋତ୍ତମ ରାଧା ପ୍ରାଣନାଥ କୃପାସିନ୍ଧୁ ହେ ବ୍ରଜ ଯୁବତୀ ନିରଭସନ୍ଧ ପ୍ରେମ ବନ୍ଧୁ ହେ ସ୍ୱପ୍ରେମ ଦେବାକୁ କଳିଯୁଗରେ ସଂକୀର୍ତ୍ତନ ପ୍ରିୟ ଶଚୀ ଗର୍ଭରେ ଜନ୍ମିଲେ ଶ୍ରୀ ପ୍ରତାପରୁଦ୍ରଙ୍କର ଜୀବନର ପ୍ରଭୁ ଗୌରସୁନ୍ଦର