Chinta re swanta nirantara
ଚିନ୍ତରେ ସ୍ୱାନ୍ତ ନିରନ୍ତର
Text
Ghoṣā
ଚିନ୍ତରେ ସ୍ୱାନ୍ତ ନିରନ୍ତର ଜଗଦାନନ୍ଦ ମୁକୁନ୍ଦ ସୁନ୍ଦର ଶରୀର
1
ଏହିଟି ସମସ୍ତ ଛନ୍ଦ ବ୍ରତତୀର ମୂଳକନ୍ଦ ମହେନ୍ଦ୍ରମଣି ନିର୍ଦ୍ଧୂତ ରୂପୋଦ୍ଧତି ଯାର
2
ବାସର ମୁଖ ନଳିନ ପ୍ରସନ୍ନ ଜିଣି ନୟନ ସ୍ପନ୍ଦନ ନବ ଶିଖଣ୍ଡମଣ୍ଡନକ ବର
3
ବଲ୍ଲବୀ ନିକୁରୁମ୍ବର ଭାଗ୍ୟ ସୁକୃତ ପୁଞ୍ଜର ଶ୍ରୀ ପ୍ରତାପରୁଦ୍ରଙ୍କର ପ୍ରାଣର ଈଶ୍ୱର