Gīta

Heti go syama bandhuku

ହେଟି ଗୋ ଶ୍ୟାମ ବନ୍ଧୁକୁ

Text

Ghoṣā

ହେଟି ଗୋ ଶ୍ୟାମ ବନ୍ଧୁକୁ ଅନା କଦମ୍ବ ମୂଳକୁ

1

ଲଳିତ ତ୍ରିଭଙ୍ଗ ଭଙ୍ଗୀ ନଟବର ବେଶ ରଚିତ କର୍ଣ୍ଣେ ପ୍ରିୟ କନକ ମଞ୍ଜରୀ ନବରତ୍ନ କୁଣ୍ଡଳକୁ

2

ଉନ୍ନିଦ୍ରତର ମାଳତୀ ମାଳା ହୃଦୟରେ କି ରୁଚିର ନବ ଶିଖୀ ଶିଖଣ୍ଡ ଦର ଅରାଳ ଚୂଳକୁ

3

କୁଟିଳ ଅଳକା ତଳେ ଚନ୍ଦନର ବିନ୍ଦୁ ଚାରୁ ଭୂରୁବଲ୍ଲୀ ନାଟ ନାସାରେ ନୂଆ ମୁକୁତା ଫଳକୁ

4

ଦଳିତ ନବ ଅଞ୍ଜନପୁଞ୍ଜ ତନୁ ଦ୍ୟୁତି ଜଗିଛନ୍ତି ପଥ ଥରେ ଦିଶାଅ ମୁଖଚନ୍ଦ୍ର ମଣ୍ଡଳକୁ

5

ମୁରଲୀ ମଧୁର ନାଦେ ସୁରଭୀ କୁଳକୁ ଡାକି ଡାକି ଢାଳୁଛନ୍ତି ତୋ ଆଡ଼େ କେତେ ନୟନାଞ୍ଚଳକୁ

6

ଚାହୁଁ ସଖୀ ଆପଟରେ ରହି ଶ୍ରୀ ରାଧିକା ଗୋପାଳକୃଷ୍ଣ ବୋଲଇ ଝଡ଼ିଲା କରୁ ମୁରଲୀ ତଳକୁ

Sources

Cite this record


Last updated 2026-11-01. Record as JSON