Gīta

E ki paramada asi padila ma

ଏ କି ପରମାଦ ଆସି ପଡ଼ିଲା ମା

Text

Ghoṣā

ଏ କି ପରମାଦ ଆସି ପଡ଼ିଲା ମା ଦଣ୍ଡେ ତ ଶ୍ୟାମ ସଙ୍ଗ ନ ଛାଡ଼ିଲା ମା

1

ସେହି ବରହ ଉତ୍ତଂସ ସେହି ନଟବର ବେଶ ଯେଣେ ଗଲେ ଆଗେ ରହି ଏଡ଼ିଲା ମା

2

ଚଳି ଯେତେ ପରି କଳି କଲେ ଶିଖଣ୍ଡ ମଉଳି ନ ଛଳି କର ଶିରରେ ଯୋଡ଼ିଲା ମା

3

ରୋଷେ ମୁଁ ଅଧର ଦଂଶି ବେଣୀ ଶେଷରେ ପ୍ରେୟସୀ ମାରୁ ମାରୁ ହୃଦେ ହସି ଜଡ଼ିଲା ମା

4

କେଉଁ ପଥେ କେ ନ ଜାଣୁ ଯାଇ ସେ ମୁଁ ନ ଯାଉଣୁ ନିତି ମୋର ଶେଯରେ ପହୁଡ଼ିଲା ମା

5

ଗୋପାଳକୃଷ୍ଣ ଭାଷଣ ବୃଷଭାନୁ ଜେମା ଶୁଣ ସେ ପ୍ରେମସିନ୍ଧୁରେ ଚିତ୍ତ ବୁଡ଼ିଲା ମା

Sources

Cite this record


Last updated 2026-11-01. Record as JSON