Syama jati mahata dela dhwansi ta
ଶ୍ୟାମ ଜାତି ମହତ ଦେଲା ଧ୍ୱଂସି ତ
Text
Ghoṣā
ଶ୍ୟାମ ଜାତି ମହତ ଦେଲା ଧ୍ୱଂସି ତ
1
କି ଭଙ୍ଗୀରେ ହୁଏ ଛିଡ଼ା ନ ରଖେ ଆଖି ପିଛଡ଼ା କୁଳବତୀ ବ୍ରୀଡ଼ାଛଡ଼ା ଛାଡ଼ି ଆସି ତ
2
ସ୍ୱର୍ଗେ ନ ଥିବେ ସୁଧାରେ ନ ଦିଶଇ ବସୁଧାରେ ବହେ ଯା ପୀୟୂଷ ଧାରେ ଭାଷିତ
3
କାମ ଛୁରୀ ଚାହିଁବାର ହୃଦେ ପଶେ ବାରବାର ଥରେ ଅନାଇଲେ ବାରମାସୀ ତ
4
ଲାଞ୍ଚ ଦେବି ଦେବତାରେ କେ ବୋଲିବ ସେବ ତାରେ ନାହିଁ ମୁଁ ଜହ୍ନୁ ସୁତାରେ ଭାସି ତ
5
କହେ ବନମାଳୀ ସାର ବ୍ରଜନରେନ୍ଦ୍ର କୁମାର ଶ୍ରୀଅଙ୍ଗକୁ ଛାର ମାର ଭର୍ତ୍ସିତ