Mana teja sajani
ମାନ ତେଜ ସଜନୀ
Text
Ghoṣā
ମାନ ତେଜ ସଜନୀ ସେ ମୋହନ ଲାଗି ମୁଁ କରୁଛି ଦଇନୀ
1
ମୋତେ ଛନ୍ତି ପଠାଇ ତୋତେ ସଙ୍ଗେ ନେବା ପାଇଁ ବିଳମ୍ବ କରୁ କିମ୍ପାଇଁ ରାଜନନ୍ଦିନୀ
2
ଡରି ମନମଥକୁ ନିଦ୍ରା ନ ଆସେ ନେତ୍ରକୁ ଘୋଷନ୍ତି ତୋର ନାମକୁ ଗଜଗାମିନୀ
3
ସେବାରେ ମନାଇଁ ହର ପାଇଣ ଥିଲୁ ଯେ ବର ଏବେ ତାକୁ କରୁ ପର ରାସରଙ୍ଗିନୀ
4
ଝଟକ କାଞ୍ଚନ ଗୋରୀ ହଟ କରୁ କି ବିଚାରି ବାଟ ଚାହିଁଥିବା ହରି ଗଲା ରଜନୀ
5
ବନମାଳୀ ଦାସ ଭଣି ଦୂତିକା ବଚନ ଶୁଣି ମାନ ତେଜିଲେ ତକ୍ଷଣି କିଶୋରୀମଣି