Gīta

Khanjana ganjanakhi aha

ଖଞ୍ଜନ ଗଞ୍ଜନାକ୍ଷି ଆହା

Text

Ghoṣā

ଖଞ୍ଜନ ଗଞ୍ଜନାକ୍ଷି ଆହା ରେ ପ୍ରାଣସଖୀ ନ ଘେନିଲୁ ତ ମୋ ବାଣୀ ରେ

1

ଖମଣିସୁତା ତଟ ବିଟ ସେ ନନ୍ଦଚାଟ ବୋଲି ନ ଥୁଲୁ ଏହା ଜାଣି ରେ

2

ଖୁରିକେ ସେ କିଶୋରବର ତରଳତର ଭ୍ରୂଭଙ୍ଗୀ ଦିଏ ଦନ୍ତ ହାଣି ରେ

3

ଖଣ୍ଡିବ ସତୀ ବ୍ରତ ବୋଲି ତାର ନେତ୍ରାନ୍ତ ଶରକୁ ରଖିଛି ସେ ଶାଣି ରେ

4

ଖଟି ହରିଚନ୍ଦନ କହେ ନ ଜାଣୁ ଧନ ବୋଲି ମୋହନ ବଂଶୀପାଣି ରେ

Sources

Cite this record


Last updated 2026-11-01. Record as JSON