Gīta

Kahinki ede rusani kisori mani

କାହିଁକି ଏଡ଼େ ରୁଷାଣି କିଶୋରୀ ମଣି

Text

Ghoṣā

କାହିଁକି ଏଡ଼େ ରୁଷାଣି କିଶୋରୀ ମଣି ନୟନୁ ଝରାଉ ପାଣି ନୋହେଁ କି ସେ ତୋର ନୋହୁଁ କି ତୁ ତାର ବୃଥା ସିନା ଏ ଭାଳେଣି

1

ଯେଉଁ କଳା ଦ୍ରବ୍ୟେ ସ୍ନେହ ଅତି ଲୋଭେ କରିଥାଉ ସୁଲକ୍ଷଣୀ ଏ କି ବିପରୀତ କହ ପ୍ରାଣମିତ ସେ କିମ୍ପା ଦୂର ହେଲାଣି

2

ଯାର ଦେଖା ଆଶେ ଯମୁନାର ପାଶେ ଏଣେ ତେଣେ ତୋ ଚାହାଣୀ ଏବେ ତାର ନାମ ଧଇଲେ ବିଷମ କୋପ ପରକାଶୁ ଆଣି

3

ଯାର ପାଦ ଧୂଳି ଅଙ୍ଗେ ହେଉ ବୋଳି ରସିକାବର ସିହାଣୀ ଆଜି ପୁଣି ତାକୁ ପାଦେ ଠେଲିବାକୁ ସତ ବଳିଲା କି ଘେନି

4

ଯାର ଅଙ୍ଗ ବାସ ନିତ୍ୟେ କରି ଆଶ ତୋଷୁଥାଉ ରଜକିନୀ ବୋଲେ ବନମାଳୀ ତା ଅଳ୍ପ ଦୋଷକୁ ନ କହ ଏ ଚଳ ବାଣୀ

Sources

Cite this record


Last updated 2026-11-01. Record as JSON