Kisori mani ghena mo mana
କିଶୋରୀ ମଣି ଘେନ ମୋ ମନା
Text
Ghoṣā
କିଶୋରୀ ମଣି ଘେନ ମୋ ମନା ରେ ଏକା ହୋଇ ନ ଯିବୁଟି ଯମୁନା ରେ
1
ତୁ ତ ନୂତନା ରେ ଗଜଗମନା ସାରିଦେବ ସେ ତୋ ସର୍ବସ୍ୱ ସିନା ରେ
2
ଶ୍ୟାମସୁନ୍ଦର ନାମ ଅଟେ ଯା ନା ବାମନେତ୍ରୀଙ୍କର ମୋହିନୀ ବାନା ରେ
3
କେତେ ଭଙ୍ଗୀ ଜାଣେ ନନ୍ଦର କାହ୍ନା ଯାହାକୁ ଦେଖେ ତା ଠାରେ ତା କୁହ୍ନା ରେ
4
ଚନ୍ଦ୍ରା ପରି ପଡ଼ିଯିବୁଟି ଚିହ୍ନା ଦାଣ୍ଡେ ଘାଟେ ବ୍ରଜ ବଜାରେ କିନା ରେ
5
କହେ ବନମାଳୀ ଆରେ ସୁମନା ଜାଣିଛି ଆଗୁଁ ମୁଁ ତୋର ଭାବନା ରେ