Gīta

Jani nahin ki mun syama sneha

ଜାଣିନାହିଁ କି ମୁଁ ଶ୍ୟାମ ସ୍ନେହ ଗୋ

Text

Ghoṣā

ଜାଣିନାହିଁ କି ମୁଁ ଶ୍ୟାମ ସ୍ନେହ ଗୋ

1

ଆଉ କି ଜଣାଥିଲେ କହ ଶୁଣିବି ଭଲେ ତା ଚରିତ ମୋ ଆଗେ ନ କହ ଗୋ

2

ଏଥର ମିଶି ସହୀ ନ ଥର ସହି ସହି ପଥର କରିଛି ମୁଁ ଏ ଦେହ ଗୋ

3

ମୃଦୁ ଗିରେ ମଣାଇଁ ବଳିଆଇ ଜଣାଇଁ କ୍ରୋଧାନଳେ ମୋ ହୃଦ ନ ଦହ ଗୋ

4

ରଚୁଥିଲେ ତା ପ୍ରୀତି ସେ ସୁଖ ସେ ବିପତ୍ତି ତୁହି ଭୋଗ କର ତୁହି ସହ ଗୋ

5

କେତେ ଯତନ କରି କଦନ ନଦୀ ତରି ଅଛି ମୁଁ ବରଜି ମହାମୋହ ଗୋ

6

ଅଛି କି ତାହା ଦତ୍ତ ନଖକ୍ଷତ ରହିତ ଏ ନଗରେ ନାଗରୀ ନିବହ ଗୋ

7

କଳା କିଶୋର ପ୍ରେମ ହିମାନିଠାରୁ ହିମ ପ୍ରଳୟାନଳରୁ ଡହଡହ ଗୋ

8

ଅଷ୍ଟଦୁର୍ଗେଶ ଭାଷେ ଶୁଣି ଲଳିତା ହସେ କହିଲେ ମୋ ସଖୀ ଦୁଃଖୀ ନୁହ ଗୋ

Sources

Cite this record


Last updated 2026-11-01. Record as JSON