Gīta

Syama sanga ranga mora

ଶ୍ୟାମ ସଙ୍ଗ ରଙ୍ଗ ମୋର

Text

Ghoṣā

ଶ୍ୟାମ ସଙ୍ଗ ରଙ୍ଗ ମୋର ଲାଗିଥାଉ ନାମ ଜପି ଜପି ତାର ଜୀବନ ଯାଉ

1

କାମ ମୋହନ ମୂରତି ବିନା କେବା ଆନ ଗତି ତାର ପ୍ରୀତି ରସପାନେ ମତି ମୋ ଥାଉ

2

ରାମ ଅନୁଜଙ୍କ ଗୁଣ ଗୁଣିଗୁଣି ନିଶି ଦିନ ରାଧା ଜୀବ ଯିବା ଶୁଭ ଯୋଗଟି ହେଉ

3

ଗ୍ରାମ ପାଟଣା ସହିତେ ଏ ଗୋପ ନଗରେ ଯେତେ ଅକୀର୍ତ୍ତି ହାଟ ବସିବ ବସିଯାଉ

4

ତହିଁକି ନାହିଁ ମୋ ଡର ଜୀବନ ସର୍ବସ୍ୱ ମୋର ସୁନ୍ଦର ସେ ନନ୍ଦସୁତ ବଂଶୀବାହୁ

Sources

Cite this record


Last updated 2026-11-01. Record as JSON