Syamala nirmala jaladhara chhabiki
ଶ୍ୟାମଳ ନିର୍ମ୍ମଳ ଜଳଧର ଛବିକି
Text
Ghoṣā
ଶ୍ୟାମଳ ନିର୍ମ୍ମଳ ଜଳଧର ଛବିକି
1
ଲାଜ ପତି ପିତା କୁଳ ଜଳଧି କରି ଚଉଳ ପ୍ରୀତି ଲାଗି ରାଧା ତନୁ ଦେଲାନି ବିକି
2
ଜାଣରେ ସଜନୀ ଜୀବ ଯେବେ ହେଲେ ବରଜିବ ଛାଡ଼ିଦେଲେ ସବୁଦିନେ ଜୀଇଥିବି କି
3
ଆଜ ଯାଏଁ ଆଜନମୁ ବରତ କେତେ କରି ମୁଁ ବର ମୁଁ ମାଗୁଛି ନିତି ସେବି ରବିଙ୍କି
4
ବଳାରାତି ମଣି ମୋର ଗଳାର ଛଇଳାବର ମୁଁ ଯୋଗୀ ସେ ଥାଳ ତେଜି ବରତିବି କି
5
ଉପାୟ କହୁଛି ତୋତେ ବିଷ ଗୋଳି ଦେ ମୋ ହାତେ ମନା କରନା ତୋ କଥା ନ ପାଳିବି କି
6
ଗୋପାଳକୃଷ୍ଣ ଭାଷିତ ଆଳୀ ବୁଝିବାକୁ ଚିତ୍ତ ପଚାରିଲେ ବିଜେ କର ବୃନ୍ଦାଟବୀକି