Gīta

Jagata karata natha

ଜଗତ କରତା ନାଥ

Text

Ghoṣā

ଜଗତ କରତା ନାଥ ମିଛେ ହରି ବୋଲାଉଛ ଅନ୍ତରେ କପଟ ବହି କ୍ଷିତିରେ ଦାତା ହୋଇଛ

1

ଦେଲ ଯାହା ନେଲ ତାହା ନ ଜାଣ କି ଚଉବାହା ଏଥକୁ ଭାର୍ଗବୀନାହା ପତାକା ଯା ଉଡ଼ାଇଛ

2

ବଳୀ ରାଜା ଦାନ କାଳେ ତାକୁ ଚାପିଲ ପାତାଳେ ଗୋପେ ସୁଦାମାକୁ ବଳେ ଅଇଶ୍ୱର୍ଯ୍ୟ ଦିଆଇଛ

3

ଗୋପୀଙ୍କ ବସ୍ତ୍ର ଗୋକୁଳେ ଚୋରି କଲ ଅବହେଳେ ଦ୍ରୌପଦୀ ଆତଙ୍କ କାଳେ କୋଟି ବସ୍ତ୍ର ଦିଆଇଛ

4

ଶୁକ୍ର ମନ୍ତ୍ରୀ ନେତ୍ରେ କୁଶ ମାରି ଲଭିବାର ଯଶ ଧୂଳି ଖେଳେ ପୀତବାସ ଅନ୍ଧେ ଲୋଚନ ଦେଇଛ

5

କଂସର ଯେ କୁବଳୟା ତା ଠାରେ କରିଣ ମାୟା ଗଜକୁ କରିଣ ଦୟା ଚକ୍ରେ କୁମ୍ଭୀର ହାଣିଛ

6

ହୃଦୟ ବଡ଼ କଠିନ କମଠ ପୃଷ୍ଠରୁ ଟାଣ ବଳଦେବକୁ କଷଣ ଭୁଜ ତଳେ ରୁହାଇଛ

Sources

Cite this record


Last updated 2026-11-01. Record as JSON