Charanayudha brunda ratila re
ଚରଣାୟୁଧବୃନ୍ଦ ରଟିଲା
Text
Ghoṣā
ଚରଣାୟୁଧବୃନ୍ଦ ରଟିଲା ଆରେ ବନ୍ଧୁ ଅରବିନ୍ଦ ହିଁ ଏବେ ଫୁଟିଲା ରେ କର କରୁଣା ବୋଲି ଯେତେ ଚାଟୁ ରଚିଲି ଗୁମାନ ଗଣ୍ଠିଟି ନ ଫିଟିଲା ରେ
1
ଖଚବଚ ମୁଦ୍ଗର ପ୍ରହାରି କେଟି ମୋର ମୋଦ ପୀୟୂଷ ଘଟି ପିଟିଲା ରେ ପିଶାଚ ସ୍ମର ଆସି ଦେବାରୁ ମୋତେ ଗ୍ରାସି ନିଶା ଚରମ ଦଶା ଘଟିଲା ରେ
2
କିଶୋରୀଙ୍କର ମନମୀନକୁ ଏ ବଚନ ମିଷ ବଡ଼ିଶ ଲାଠି ଛାଟିଲା ରେ କବିମିହିର ମତିମିଳିନ୍ଦ ସେ ଦମ୍ପତି ପଦାବ୍ଜ ମକରନ୍ଦ ଚାଟିଲା ରେ