Prana sangini mo gunamani
ପ୍ରାଣ ସଙ୍ଗିନୀ ମୋ ଗୁଣମଣି
Text
Ghoṣā
ପ୍ରାଣ ସଙ୍ଗିନୀ ମୋ ଗୁଣମଣି ନ ସରଇ ଗୁଣ ଗୁଣି ରେ ମୋ ହୃଦଶୋଭିନୀ ଆନନ୍ଦ ଦାୟିନୀ ଦୁଃଖନିଶି ନିଶାମଣି ରେ
1
ମୋ ନୟନାନନ୍ଦ ରମ୍ୟ ଅରବିନ୍ଦ ଗୃହ ସରଣୀ ଶୋଭିନୀ ରେ ରମଣୀ ନନ୍ଦନକାନନ ସୁମନ ପାରିଜାତ ସମ ଗଣି ରେ ତୋ ବିନେ ସଂସାର ଦିଶେ ଛାରଖାର ଜୀବନ ଅସାର ମଣି ରେ