Gīta

Keli prabina kahinki karuna una

କେଳି ପ୍ରବୀଣା କାହିଁକି କରୁଣା ଉଣା

Text

Ghoṣā

କେଳି ପ୍ରବୀଣା କାହିଁକି କରୁଣା ଉଣା ରେ

1

କରି ତ ନାହିଁ ମୁଁ ଦୋଷ କି ଘେନି ମୋ ଠାରେ ରୋଷ ବହିଛୁ ଏ ବୁଝାମଣା ରେ

2

ପାଦେ କି ନ ଦେଲି ଲାକ୍ଷା କହ ଆରେ କୁଟିଳାକ୍ଷା ଛାମୁରେ କରୁଛି ଜଣା ରେ

3

ତୋ ଝରା କୁସୁମ ଗଭା ସଜାଡ଼ି ନ ଦେଲି ଅବା ସେ କାରଣୁ ଏ ରୁଷଣା ରେ

4

ସୁଝୀନ ବସନ କୁଞ୍ଚି ନ ଦେଲି ବୋଲିକି ଘୁଞ୍ଚି ବସିଅଛୁ ରୁଷି ସିନା ରେ

Sources

Cite this record


Last updated 2026-11-01. Record as JSON