Ki kahibi sahi go mora mana katha
କି କହିବି ସହି ଗୋ ମୋର ମନ କଥା
Text
Ghoṣā
କି କହିବି ସହି ଗୋ ମୋର ମନ କଥା ଶ୍ୟାମବନ୍ଧୁ ଲାଗି ମୁଁ ଯେ ସହୁଛି କି ବ୍ୟଥା
1
କି ମନ୍ତ୍ର କରିଛି ସତେ ସେ କଳା କହ୍ନାଇ ଗୋ ତାର ଗୁଣ ଗୁଣି ମୋର ଦିନ ସରୁ ନାହିଁ ଗୋ ତା ବିହୁନେ ସଖୀ ମନେ ନାହିଁ ଆନ ଚିନ୍ତା । (ପଡ଼ି) ସେ ମୋହନ ଛବି ହୃଦେ କଲା ଘର କ୍ଷଣେ ନ ଦେଖିଲେ ଦିଶଇ ଅନ୍ଧାର ମୂରୁଛି ମୁଁ ତାଙ୍କୁ ବଞ୍ଚିବି କିପରି ସଖୀ ସେ ତ ମୋର ପରାଣ ଦେବତା