Rusichu ki maa sankari
ରୁଷିଛୁ କି ମା ଶଙ୍କରୀ
Text
Ghoṣā
ରୁଷିଛୁ କି ମା ଶଙ୍କରୀ ରୁଷାଇଲା କେ କି କରି
1
ଫିଟିଛି ପ୍ରଳମ୍ବ କେଶ ଅଯତନ ବେଶ ବାସ ଜବା ତେଜି ଆଜ ଏ କି ଗଳେ ତୋର ମୁଣ୍ଡମାଳି
2
ବଦନେ କାଳିମା ଛାଇ କାହିଁ ସେ ସରସ ନାହିଁ ଚିହ୍ନି ତ ନ ହୁଏ ଆଉ ତୁହି ମା ଗଉରୀ ବୋଲି
3
ଡର ଲାଗେ ହେରି ତୋତେ ବରାଭୟ ତେଜି ସତେ ଏ କି ମା ପ୍ରଳୟ ଖେଳେ ମାତିଛୁ ଗୋ ଦିଗମ୍ବରୀ
4
ଭୋଳା ହର ଗଙ୍ଗା ତୁଲେ ମାତ ଏ କି ଦୁଃଖ ଦେଲେ ଅନା ମା ଚରଣ ତଳେ ଆଣିଛି ମୁଁ ଶିବେ ଧରି