Gīta

Anusarita prabhu kala jaka

ଅନୁସରିତ ପ୍ରଭୁ କାଳ ଯାକ ଗଲା ସରିତ

Text

Ghoṣā

ଅନୁସରିତ ପ୍ରଭୁ କାଳ ଯାକ ଗଲା ସରିତ କଣ ବିତରଣ କଲେ କେତେ ଉଣା ହୁଅନ୍ତା କରୁଣା ସରିତ

1

ଅଶରଣ ଜନ ବନ୍ଧୁ ପଣ ଯଶ ସଂସାରେ ହୋଇଛ ଉଦିତ ପଥର ହୋଇ ପଥରେ ପଡ଼ିଥିଲା ଅହଲ୍ୟାକୁ ଦେଲ ତାରିତ

2

ପାଞ୍ଚିଳୀକି ଦୁଃଶାସନ ଘଞ୍ଚାଳିଲା ବଞ୍ଚାଇଲ ବାସ ଦେଇତ ଘୁଞ୍ଚାଇଲ ନାହିଁ ମୋ ଛାର କଦନ ପୋଛାଇଲ ନେତ୍ରୁ ବାରି ତ

3

କାହିଁ ଥିଲା ଚକ୍ର କାହିଁ ଥିଲା ନକ୍ର ପଲକ ପତନ ନୋହୁ ତ ଛିଡ଼ିଗଲା ମଥା ରହିଗଲା କଥା ଡାକିଲା ମାତ୍ର କରୀ ତ

4

କାଳକିଙ୍କର ଭୟରେ ଅଜାମିଳ ପୁତ୍ରୋପଚାରରେ ଡାକି ତ ପରମ ପଦ ପାଇଲା ଆପଣଙ୍କ ନାମ ମହିମା ଏପରି ତ

5

ନିରୁପାଧି କୃପାକର ବୋଲି ବିଧି ଭବାଦିରେ ଆଉ କଥିତ ମୁଁ କଲା ଦୋଷ କି ନାଶିଛ କି ବକୀ ପିଆଉଁ ତା ଦୁରିତ

6

ଗୋପାଳକୃଷ୍ଣ କହେ ଜଗନ୍ମଙ୍ଗଳ ଯାହା କରିବ ତୁମ୍ଭ ଚିତ୍ତ ଆପଣା କୃପାଳୁପଣକୁ ବଳି ମୋ ଦୁଷ୍କୃତ ନୁହଇ ଭାରି ତ

Sources

Cite this record


Last updated 2026-11-01. Record as JSON