Gīta

Nirekhi chahan re sakhi

ନିରେଖି ଚାହାଁରେ ସଖୀ

Text

Ghoṣā

ନିରେଖି ଚାହାଁରେ ସଖୀ ସେ କଦମ୍ବ ମୂଳକୁ ସଂସାର ସାର ସୁଷମା ହୋଇବ କି ତୁଳକୁ

1

ଶିରେ ବାଙ୍କଚୂଳ ଶିଖୀପୁଚ୍ଛ ଚଳାଚଳକୁ ବିଲୋକିଲେ ସତୀଧୃତି ରହିବ କି କାଳକୁ

2

ହୃଦେ ବନମାଳ କର୍ଣ୍ଣେ ମକର କୁଣ୍ଡଳକୁ ହସାମିଶା ଭାଷା ଭଙ୍ଗୀ ହୃଦାଞ୍ଚଳ ତଳକୁ

3

କଟୀରେ ପୀତ ଅମ୍ବର କ୍ଷୁଦ୍ର ଘଣ୍ଟିମାଳାକୁ ମଞ୍ଜୁ ମଞ୍ଜରୀ ଚରଣେ ହୋଇଅଛି ମେଳକୁ

4

ତ୍ରିତାପେ ତାପିତ ହୋଇ ସଦା ଭବଜଳକୁ ଦୀନ ବନମାଳୀ ହେଜୁଥାଇ ପଦତଳକୁ

Sources

Cite this record


Last updated 2026-11-01. Record as JSON