Gīta

Jachi katha kuha jiba re

ଯାଚି କଥା କୁହାଯିବରେ

Text

Ghoṣā

ଯାଚି କଥା କୁହାଯିବରେ ଜାଣିମୁ ଥା

1

ଲଳିତ ତ୍ରିଭଙ୍ଗ ଭଙ୍ଗୀ ନଟବର ସଜ ବରହ ଉତ୍ତଂଶ ବଂଶୀବସା ମୁଖାମ୍ଭୋଜ ଯଦି ମନରେ ପଡ଼ିବରେ

2

ବିଧୁ ଉଦୟରେ କି କୁମୁଦ ନ ଫୁଟିବ ଚନ୍ଦ୍ରକାନ୍ତ ମଣିକି ଦରବି ନ ସ୍ରବିବ ଆସନ୍ତୁ ସେ ଜଣାଯିବରେ

3

କ୍ଷଣ ନ ଦେଖିଲେ ଯାହାଙ୍କୁ କୋଡ଼ିଏ ଥର ଆଳୀଙ୍କି ପଟାଇ ଅଣାଉ ଥାଇ ଖବର ସେ ଲୋଭ କି ଛାଡ଼ିହେବରେ

4

କାଳୀୟ ମଥାରେ କଲା ଦିନ ସେ ନର୍ତ୍ତନ ଯାହା ହୋଇଗଲୁ କରିଥିଲୁ ଯେ ଗୁମାନ ଚିନ୍ତା ଚିତ୍ତେ କି ନ ଥିବରେ

5

ଅଭିମନ୍ୟୁ ସକୁଟୁମ୍ବ ହୋଇ ମଥୁରାକୁ ଯିବ ବୋଲି କାଲି କହୁଥିଲା ଜଟିଳାକୁ ପଡ଼ିଛି ତ ଉପଦ୍ରବରେ

6

ଛନ୍ନ ହୋଇ ଶ୍ରୀ ରାଧିକା ଆଳୀଙ୍କି ପଚାରୁ ସେ କହନ୍ତି ପଠାଇଛି ପୂର୍ଣ୍ଣମାସୀ ଠାରୁ ଗୋପାଳକୃଷ୍ଣ ଆସିବରେ

Sources

Cite this record


Last updated 2026-11-01. Record as JSON