Syama sundara sindhu manthi
ଶ୍ୟାମସୁନ୍ଦର ସିନ୍ଧୁ ମନ୍ଥି
Text
Ghoṣā
ଶ୍ୟାମସୁନ୍ଦର ସିନ୍ଧୁ ମନ୍ଥି ପାଇଲ କି ସମ୍ଭାର ନୋହିଲେ କୁବେର ବେଦବର ସୁନା -ଶୀର ଦେଇପାରେ ଦୂତର
1
ମୋ ମନେ ହେଉଛି ନରେନ୍ଦ୍ର ସର ଏ ନୁହେଁ ହେବ କ୍ଷୀରସାଗର ଚାପ ଛଳେ ବଳେ ପକାଇ ମନ୍ଦର ମନ୍ଥିଲ କି ନନ୍ଦକିଶୋର
2
ମଣିବିମାନରେ ପତାକା ଉରଗ ବାସୁଅଛି ଗନ୍ଧ ସିନ୍ଦୂର ଦେବତାଙ୍କୁ ଘେନି ନୋହିଲେ କାହିଁକି ପାଶେ ଖଟିଛନ୍ତି ଶଙ୍କର
3
ତରଙ୍ଗ ପାଇ ତରାସ ରାହୁପରା ଗୋଡ଼ାଇ ଗିଳେ ସୁଧାକର ମୋହିନୀ ରୂପ ଆପଣେ ଧରିଛନ୍ତି ଛାଡ଼ ନାହିଁ ଅଙ୍ଗ ଗଉର
4
କଉସ୍ତୁଭ ମଣି ରମଣୀମଣିକି ଆପଣେ କଲ ଅଙ୍ଗୀକାର ବନମାଳୀ ବୋଲେ ନୀଳ ପର୍ବତରେ ହରି କରିବେ କି ବିହାର