Kahin pain sahi go
କାହିଁ ପାଇଁ ସହି ଗୋ
Text
Ghoṣā
କାହିଁ ପାଇଁ ସହି ଗୋ ମୋହନ ଆସିଲେ ନାହିଁ କି ଦୋଷ ମୋହର ଦେଖି ବଂଶୀଧର ଏ ନିଶି ରହିଲେ କାହିଁ
1
ବଡ଼ ଅଭାଗିନୀ ସଖୀ ଗୋ ମୁହିଁ ତାଙ୍କ ସେବା ଯୋଗ୍ୟ ମୋ ଭାଲେ ନାହିଁ ସେ ବାଙ୍କଚୂଳିଆ ବନ୍ଦୀ ହେଲେ କା ପ୍ରେମେ ଧନ୍ୟ ସେହି ଯୋଷା ମୋହନସ୍ନେହୀ
2
ରସିକ ରତନ ବଦନ ଶଶୀ ଅଦର୍ଶନେ କେହ୍ନେ ବଞ୍ଚିବି ନିଶି ଆଗୋ ପ୍ରିୟସଖୀ ମୁଁ ଯେ ନିରିମାଖି ହୃଦୟ ମୋହର ହେଉଛି ଦହି
3
ବୃଥା ହେଲା ସବୁ ଚୂଆ ଚନ୍ଦନ ବାସ ଫୁଲହାର ବିଡ଼ିଆ ପାନ ନୟନ ସଙ୍ଖାଳି ମୋର ବନମାଳୀ କଣ୍ଟ ଦେଇଥିଲେ ମୁରଲୀ ଛୁଇଁ