Gīta

Khanjanakhi khiti mandana

ଖଞ୍ଜନାକ୍ଷୀ କ୍ଷିତିମଣ୍ଡନା

Text

Ghoṣā

ଖଞ୍ଜନାକ୍ଷୀ କ୍ଷିତିମଣ୍ଡନା କୋକିଳ କଳବଚନା କାହିଁକିରେ ଧନମଣି ଏ ଗୁମାନ କରି ମୋଠାରେ ରହିଛୁ ବରାଙ୍ଗନା

1

କରିଛି କି ଦୋଷ କହରେ ନାରୀଶ ବାସ ଅଙ୍ଗୀବାସ ପଣନ୍ତର ଦାସ ଅଟେ ତୋର ପାଶ ନ କର ନିରାଶ ଶରଦିନ୍ଦୁ ହାସ କିଞ୍ଚିତେ ପ୍ରକାଶ

2

ଗଣ୍ଡଯୁଗେ ପାଣି ମଣ୍ଡନା ସିହାଣୀ କରଜେ ଧରଣୀ ଚିରୁ କିସ ମଣି ଶିଶୁ ବଣା ଏଣୀନୟନରୁ ପାଣି ମୁଞ୍ଚୁ ଶୂଳପାଣି ମିତ୍ର ଶିରେ ଆଣି

3

ମତ୍ତକରୀଗତି ନୂତନା ସୁମତି ରେ ରତିମୂରତି ତୋ ବିନା କେ ଗତି ଆରେ ରସବତୀ ମୋ ନେତ୍ରସମ୍ପତ୍ତି ଆସ ଆସ ଯତିମୋହିନୀ ମୋର କତି

4

ଜଣାଉଛି ଧନ ମୋ ଦୟିନୀ ଘେନ ରମଣୀରତନ ତେଜ ଅଭିମାନ ବେଣୁଧର ଦୀନ କବି ନିଶାଈନ ବିନୟ ବଚନ ନ କର ତୁ ଆନ

Sources

Cite this record


Last updated 2026-11-01. Record as JSON