Gīta

Chahan go duti

ଚାହାଁ ଗୋ ଦୂତୀ

Text

Ghoṣā

ଚାହାଁ ଗୋ ଦୂତୀ ଚାହାଁ ଗୋ ଦୂତୀ କଦମ୍ବ ମୂଳରେ ଶୋଭା ନବଘନ ମୂରତି

1

ଶିରେ ଶିଖଣ୍ଡୀ ଚୂଡ଼ା ମଲ୍ଲୀ ମାଳରେ ବେଢ଼ା ଯୁବତୀ ଜ୍ଞାନବୁଡ଼ା କୁଳ ମହତଛଡ଼ା ତ୍ରିଭଙ୍ଗୀ ଛନ୍ଦେ ଛିଡ଼ା ନୁହେଁ ନେତ୍ର ପିଛଡ଼ା ଦେଖି ତା ରୀତି

2

କର୍ଣ୍ଣେ ହେମ କୁଣ୍ଡଳ ଲୁଳଇ ଗଣ୍ଡସ୍ଥଳ ହୃଦରେ ବନମାଳ ନାସାରେ ମୋତିଫଳ ଆହା ସେ ନନ୍ଦବାଳ ଦିଶନ୍ତି କି ମଞ୍ଜୁଳ ନେତ୍ର ସମ୍ପତ୍ତି

3

ପୀତାମ୍ବର କାଛେଣି ଦିଶେ କି ଶୋଭା ପୁଣି କିଙ୍କିଣୀ କିଣିକିଣି ନାଦେ ନିଅଇ କିଣି ତା ନୂପୁର ବାଜେଣୀ କେଡ଼େ ମଧୁର ଧ୍ୱନି ହରଇ ଧୃତି

4

ଗୋରୋଚନା କସ୍ତୁରୀ ଚିତା ସିନ୍ଦୂର ଶିରୀ ଚନ୍ଦନପାଟି ହରି ନିଅଇ ଚିତ୍ତ ଶୀରି ବେଣୁଧର ସେ ହରି ପଦ୍ମପାଦେ ଜୁହାରି କରେ ବିନତି

Sources

Cite this record


Last updated 2026-11-01. Record as JSON